ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ରାଷ୍ଟ୍ରୀୟ ଆଇନ୍‌ସେବା ପ୍ରାଧ‌ିକରଣ ଓ ଓଡ଼ିଶା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୧୦ ତାରିଖରେ
ଆୟୋଜିତ ହେବାପାଇଁ ଜିଲା ଦୌରାଜଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାର ସମସ୍ତ ବ୍ଲକ, ସହର, ବଜାର ଏବଂଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଅଧିକାର ମିତ୍ରମାନଙ୍କୁ ନେଇ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ଲିଫ୍‌ଲେଟ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆରମ୍ଭ ହୋଇଯାଇଛି । ସଚିବଙ୍କ ଉପସ୍ଥିତିରେ ଅଧ‌ିକାରମିତ୍ର ଏବଂ ପ୍ରାଧିକରଣ
କର୍ମଚାରୀମାନେ ଲୋକମାନଙ୍କୁ ପ୍ରଚାରପତ୍ର ଏବଂ ଲୋକମାନେ ଲୋକଅଦାଲତର ଲାଭ ନେବାକୁ ବୁଝାଇଥୁବାର ଲକ୍ଷ୍ୟ କରାଯାଇଛି ।

ଏହି ଲୋକ ଅଦାଲତ ଜିଲାର ସମସ୍ତ ବିଚାରବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ । ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧ୍ଵନ ମାମଲା ଯଥା- ଦେୱାନୀ ଓ ଫୌଜଦାରୀ (ସାଲିସଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ ବୈବାହିକ ମାମଲା, ଜମି ଅଧଗ୍ରହଣ, ଶ୍ରମବିବାଦ, ଚେକ୍ ବାଉଁନ୍ସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତିରେ ସମାଧାନ
କରାଯିବ । କେବଳ ବିଚାରାଧନ ମାମଲା ନୁହେଁ କୌଣସି କୋର୍ଟ କଚୋରୀରେ ମାମଲା ନଥାଇ ପ୍ରାକ୍ ମୋକଦ୍ଦମା
ସ୍ତରୀୟ (କଚେରୀରେ ମୋକଦ୍ଦମା ଦାୟର ହୋଇନଥବା) ସମସ୍ତ ବିବାଦର ମଧ୍ୟ ଆପୋଷ ସମାଧାନ କରାଯିବ ବୋଲି ସ୍ଵେଚ୍ଛାସେବୀମାନେ ବୁଝାଇଛନ୍ତି । ଅଧିକ ସବିଶେଷ ବିବରଣୀ ନିମନ୍ତେ ହେଲ୍ସ ଲାଇନ୍ ନମ୍ବର-୧୫୧୦୦କୁ ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ ତରଫରୁ ଅନୁରୋଧ କରାଯାଇଛି ।

ଅଧିକ ପଢନ୍ତୁ

kc ads