ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରିଛନ୍ତି । ସେ କହିଛନ୍ତି ଯେ, ଚୂଡ଼ାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ ବିକ୍ରି ଅନୁମତି ପ୍ରକ୍ରିୟା ପହଞ୍ଚିଛି । ପାର୍ଟ ପ୍ଲଟ୍ ବିଷୟ ନଗର ଉନ୍ନୟନ ନିକଟରେ ରହିଛି । ସେନେଇ ଡ୍ରାଫ୍ଟକୁ ମଧ୍ୟ ଆହୁରି ଅଧ୍ୟୟନ କରୁଛି ରାଜସ୍ବ ବିଭାଗ । ଆପର୍ଟମେଣ୍ଟ ଡ୍ରାଫ୍ଟ ମଧ୍ୟ ରାଜସ୍ବ ବିଭାଗ ନିକଟରେ ପହଞ୍ଚିଛି । ସେନେଇ ବିଶେଷଜ୍ଞ, ଅଂଶୀଦାର ମାନଙ୍କ ସହ ଆଲୋଚନା ଚାଲିଛି । ଚଳିତ ମାସରେ ହିଁ ତାକୁ ସାର୍ବଜନୀନ କରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
