ଚଳିତ ମାସରେ ପଣା ସଂକ୍ରାନ୍ତି କେବେ ପଡୁଛି ?

ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଚଳିତ ବର୍ଷ ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ସୋମବାର ଦିନ ପଡୁଛି।

ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଅନ୍ୟ ଭାବରେ କେହି କେହି ଜଳ ସଂକ୍ରାନ୍ତି ବୋଲି କହିଥା’ନ୍ତି। ଏହି ଦିନରୁ ବାୟୁର ଗତି ପ୍ରଖର ହୋଇଥାଏ ଏବଂ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ବ୍ରାହ୍ମଣ ବା ଯାଚକମାନଙ୍କୁ ସୂର୍ଯ୍ୟଦେବଙ୍କ କୋପରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଳପତ୍ରରେ ତିଆରି ଛତ୍ର ବା କଠଉ ପାଦୁକା ପ୍ରଦାନ କରିଥାଆନ୍ତି।ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଅଧିକ ପଢନ୍ତୁ

kc ads