ଚିଲିକାରେ ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ । ଆସିଛନ୍ତି ଦେଶ ଓ ଵିଦେଶର ମୋଟ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ । ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିଙ୍କ ସଂଖ୍ୟା ଅଧିକ ରହିଛି। ଗତ ବର୍ଷ ଅର୍ଥାତ ୨୦୨୫ରେ ମଧ୍ୟ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଥିଲେ ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆସିଛନ୍ତି ୪ ହଜାର ୯ ଶହ ୭୨ଟିପକ୍ଷୀ । ସେଥିମଧ୍ୟରେ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଅଛନ୍ତି । ଚିଲିକାର ନୀଳ ଜଳରାଶିରେ ଚଳିତ ବର୍ଷ ମୋଟ ୧୯୬ଟି ପ୍ରଜାତିର ପକ୍ଷୀ ବିଚରଣ କରୁଥିବା ଦେଖାଯାଇଛି । ଏହି ନୂଆ ଅତିଥିଙ୍କ ଆଗମନ ଚିଲିକାର ଜୈବ-ବିବିଧତାକୁ ଆହୁରି ସମୃଦ୍ଧ କରିଛି । ଚିଲିକାରେ ଉପଯୁକ୍ତ ଖାଦ୍ୟ ଏବଂ ସୁରକ୍ଷିତ ପରିବେଶ ଯୋଗୁଁ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।
