ଛେଳି ଚରାଳିଙ୍କ ହାତ କାମୁଡି ଖାଇଦେଲା କୁମ୍ଭୀର

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଥାନା ଅଞ୍ଚଳର ଝାମ୍ପୁଲୀ ଗାଁର ରଞ୍ଜିତ ପ୍ରଧାନ(୫୦) ଗୁରୁବାର କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ବାମ ହାତଟିକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିଛି । କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାଜକିଶୋରନଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ରଞ୍ଜିତ ନିଜର ଛେଳିମାନଙ୍କୁ ଧରି ଗାଁ ପାଖ ନାଳ ଆଡ଼କୁ ଛେଳି ଚରାଇବାକୁ ଯାଇଥିଲେ । ମାନଜୋର ଜଳସେଚନ ପ୍ରକଳ୍ପରୁ କୁମ୍ଭୀର ଆସି ଏହି ନାଳରେ ରହୁଥିବାବେଳେ ପ୍ରଥମେ ଛେଳିକୁ ଆକ୍ରମଣ କରିଥିଲା । ଛେଳିକୁ କୁମ୍ଭୀର ଖାଉଥିବା ଦେଖି ରଞ୍ଜିତ ଛେଳିକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ କୁମ୍ଭୀର ରଞ୍ଜିତର ବାମ ପାଖ ହାତକୁ କାମୁଡ଼ି ଖାଇ ଦେଇଥିଲା।

ଅଧିକ ପଢନ୍ତୁ

Odisha Darpan Digital