ଜନ୍ମକଲା ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଲା ଜନ୍ମକଲା ମା।

କୁନି ପୁଅକୁ ବିକିଦେଲା ମା’ । ଯାଜପୁରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।ଯାଜପୁର ଟାଉନ ଥାନା ବଡସୁଆର ପଂଚାୟତ ତୋଟାସାହିର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ପୂଜା ପରିଡା ନିଜ ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ୪ ବର୍ଷ ପୂର୍ବେ ସ୍ବାମୀ ପ୍ରଶାନ୍ତଙ୍କ ସହ ଝଗଡ଼ା କରି ବାପଘରକୁ ଯାଇଥିଲେ ପୂଜା । ଗଲାବେଳେ ସାଙ୍ଗରେ ୩ ବର୍ଷର ପୁଅକୁ ନେଇ ଚାଲିଯାଇଥିଲେ । ହେଲେ ଏବେ ୪ ବର୍ଷ ପରେ ପୁଣି ଫେରିଲା ବେଳକୁ ସାଙ୍ଗରେ ପୁଅକୁ ନେଇ ଆସିନଥିଲେ । ୭ ବର୍ଷର ପୁଅ ସାଇରାମ କୁଆଡେ ଗଲା ପ୍ରଶ୍ନ କରିବାରୁ, ପୁଅକୁ ୧୮୦୦୦ ଟଙ୍କାରେ ବିକିଦେଇଥିବା କହିଥିଲେ ପୂଜା ।ଏ ନେଇ ପରିବାର ଲୋକ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କଲାପରେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଘଟଣା ର ତଦନ୍ତ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଅଧିକ ପଢନ୍ତୁ

kc ads