ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁ ଜାତୀୟ ଭୋଟର ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧାନରେ ଜିଲାକୋର୍ଟ ପରିସରରେ ଏବଂ ନୟାଗଡ଼ ଏନ୍ଏସି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ନିଜ ବକ୍ତବ୍ୟରେ କହିଥିଲେ ଯେ ୨୦୧୧ ମସିହା ଜାନୁୟାରୀ ମାସ ୨୫ ତାରିଖ ଠାରୁ ସାରା ଭାରତବର୍ଷରେ ଜାତୀୟ ଭୋଟର ଦିବସ ପାଳିତ ହୋଇଆସୁଅଛି। ଭୋଟଦେବା ସମସ୍ତ ସାବାଳକ ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର। ଏହି ଅଧିକାରରୁ କାହାକୁ ବଂଚିତ କରାଯାଇପାରିବ ନାହିଁ। ଭୋଟରମାନଙ୍କୁ ସଚେତନତା କରିବା ଆଜି ଦିନର ତାତ୍ପର୍ଯ୍ୟ ବୋଲି କହିଥିଲେ। ଅଧ୍ୟକ୍ଷ ବିଚାରପତି ଓ କର୍ମଚାରୀମାନଙ୍କୁ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଠାରେ ଉପସ୍ଥିତ ଜନସାଧାରଣଙ୍କ ମାନଙ୍କୁ ମତଦାତାଙ୍କ ସଂକଳ୍ପପାଠ କରାଇଥିଲେ। “ ଆମେ ଭାରତର ନାରଗିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି , ନିର୍ଭିକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ,ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ।” ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଠାରେ ପାଳନ କରାଯାଇଥିବା ଜାତୀୟ ଭୋଟର ଦିବସରେ ମୁଖ୍ୟ ଅତିଥିଭାବେ ସଚିବ ଅଞ୍ଜଳୀ ମଛଖଣ୍ଡ, ସୁଶ୍ରିତା ମିଶ୍ର ପ୍ରୋବେସନର ମାଜିଷ୍ଟ୍ରେଟ୍, ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ପ୍ରଧାନଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ଲିପ୍‌ସା ଦାସ, ଜିନୁ ସାହୁ, ପ୍ରମୋଦ କୁମାର ମହାନ୍ତି, ସୋନାଲି ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ମଞ୍ଜୁଲତା ପ୍ରଧାନ ଏବଂ ଆଇନସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ଗଗନ ବିହାରୀ ନାୟକ, ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ