ଜ୍ଞାନେଶ କୁମାର ହେଲେ ମୁଖ୍ୟ ନିର୍ବାଚନ କମିସନର

ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି।ଜ୍ଞାନେଶ ଏବେ ନିର୍ବାଚନ ଆୟୁକ୍ତ ଥିବାବେଳେ ତାଙ୍କୁ ସିଇସି ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ବିବେକ ଯୋଶୀଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। କେରଳ କ୍ୟାଡର୍‌ର ଏହି ପୂର୍ବତନ ଆଇଏଏସ୍‌ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ ନିଯୁକ୍ତ କରିଛି ।ସେ ୨୦୨୯ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ଵ ନିର୍ବାହ କରିବେ।

ଅଧିକ ପଢନ୍ତୁ