ଓଡ଼ିଶାରେ ଆୟୋଜିତ ହେଉଛି ଡ଼ିଜି-ଆଇଜି ସମ୍ମିଳନୀ । ଆଉ ଏହାରି ଭିତରେ ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ନେଇ କହିବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ 25 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ।
ଆଜି ସକାଳ ୯ ଟା ୪ମିନିଟ୍ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା। ଏନେଇ ଅକ୍ଷୟ କମିଶନରେଟ୍ ପୁଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ଘଟଣା ସଂପର୍କରେ ପୁଲିସ କମିଶନରଙ୍କୁ ଜଣାଇଛି। ଏନେଇ ଥାନାରେ ଏତଲା ଦେଇଛି।