ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦର ଆକାଶ ଛୁଆଁ ହୋଇଛି । ଗୁରୁବାର ଅର୍ଥାତ୍ ଏପ୍ରିଲ ୩ରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୩,୩୮୦ରେ ପହଞ୍ଚିଛି । ସୂଚନା ଅନୁସାରେ, ସ୍ପଟ ଗୋଲ୍ଡର ମୂଲ୍ୟ ୦.୬ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନ୍ସ $୩,୧୪୩.୦୫ରେ ପହଞ୍ଚିଛି। ଏହା ପୂର୍ବରୁ ଏହାର ମୂଲ୍ୟ $୩,୧୪୮.୮୮ରେ ପହଞ୍ଚି ସର୍ବକାଳୀନ ଉଚ୍ଚତା ଛୁଇଁଥିଲା।
ଆମେରିକୀୟ ସୁନା ଫ୍ୟୁଚର୍ସ ମଧ୍ୟ ୦.୬ ପ୍ରତିଶତ ବୃଦ୍ଧି ପାଇ $୩,୧୬୯.୫୦ରେ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧି ପଛରେ ଟ୍ରମ୍ପଙ୍କ ଟାରିଫ ନୀତି ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୫,୬୦୦ ଟଙ୍କା ଥିବା ବେଳେ ଗତକାଲି ଏହା ୮୫,୧୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୭୦,୦୪୦ ଟଙ୍କା ଥିବା ବେଳେ ଗତକାଲି ଏହା ୬୯,୬୩୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ବୃଦ୍ଧି ହୋଇଛି।