ତାମିଲନାଡୁରେ ଓଡିଆ ମହିଳାଙ୍କୁ ସ୍ୱାମୀ ଆଗରେ ଗଣ ଦୁଷ୍କର୍ମ ! 3 ଗିରଫ

ତାମିଲନାଡୁରେ ଲଜ୍ଜା । ଓଡିଶାର ଜନୈକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ।ବଳାତ୍କାର କରିଥିବା ୩ ପ୍ରବାସୀ ଶ୍ରମିକ ବିହାରର ବୋଲି ଜଣାପଡ଼ିଛି । ତିନିଜଣଯାକ ଶ୍ରମିକ ପ୍ରଥମେ ମହିଳାଙ୍କ ହାତ ବାନ୍ଧି ଦେଇଥିଲେ । ତା’ପରେ ପୁଅ ଓ ସ୍ୱାମୀ ଆଖି ସାମ୍ନାରେ ଜଣ ଜଣ କରି ତାଙ୍କୁ ବଳାକ୍ରାର କରିଥିଲେ । ମହିଳାଙ୍କୁ ଛୁରୀ ଦେଖାଇ ସେମାନେ ଡରେଇଥିଲେ ।ଆଇଏଏନଏସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ମଙ୍ଗଳବାର ରାତିରେ ଚେନ୍ନାଇରେ ପହଞ୍ଚିଥିଲେ ଓଡିଶା ଦମ୍ପତି ।

ଚାକିରି ଅନ୍ବେଷଣରେ ତାମିଲନାଡୁର ତିରୁପୁରରେ ପହଞ୍ଚିବା ପରେ ଘଟିଥିଲା ଅଭାବନୀୟ ଘଟଣା ।ପୋଲିସ ସୂଚନା ମୁତାବକ, ତିରୁପୁର ରେଲଓ୍ବେ ଷ୍ଟେସନରେ ପହଞ୍ଚିବା ପରେ ଓଡିଆ ଦମ୍ପତିଙ୍କୁ ଚାକିରି ଲୋଭ ଦେଖାଇଥିଲେ 3 ଅଭିଯୁକ୍ତ, ମହମ୍ମଦ ନଦିମ (24), ମହମ୍ମଦ ଡେନିସ (25), ମହମ୍ମଦ ମୁରସିତ୍ (19) । ପରେ ସେଠାରୁ ଓଡିଆ ଦମ୍ପତିଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ସ୍ୱାମୀଙ୍କୁ ଛୁରା ଦେଖାଇ ଡରାଇ ଧମକାର, ସ୍ୱାମୀ ଆଗରେ ସ୍ତ୍ରୀକୁ ଯୌନ ନିର୍ଯାତନା ଦେଇଥିଲେ ।ମହିଳା ଏପରି କରିବାକୁ ବାରଣ କରୁଥିଲେ, କିନ୍ତୁ ସେମାନେ ୩ ବର୍ଷ ପୁଅର ତଣ୍ଟି କାଟିଦେବାର ଧମକ ଦେଇ ମହିଳାଙ୍କୁ ଡରେଇଥିଲେ । ପରଦିନ ପୀଡ଼ିତା ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଦିନ ରାତିରେ ପୋଲିସର ସ୍ୱତନ୍ତ୍ର ଟିମ୍ ମହମ୍ମଦ ନଦୀମ, ମହମ୍ମଦ ଦାନିଶ ଏବଂ ନାବାଳକଙ୍କୁ ଗିରଫ କରିଛି ।

ଅଧିକ ପଢନ୍ତୁ