ମୃଦୁ ପାନୀୟ ଭିତରେ ମଦ । କଥାଟି ନିଶ୍ଚିତ ଭାବରେ ଅଡୁଆ ଲାଗୁଥିବ । ହେଲେ ବାସ୍ତବରେ ସତ । ଥଣ୍ଡା ବୋତଲ ଭିତରେ ଦେଶୀ ମଦ ପୁରାଇ ଚାଲିଥିଲା କାରବାର । ଅଭିନବ ଉପାୟରେ ଦେଶୀ ମଦ ଚାଲାଣ କରୁଛନ୍ତି ବ୍ୟବସାୟୀ ।
ବରମୁଣ୍ଡାର ଘଟିକିଆର ଏକ ଦୋକାନରୁ ବିଭାଗ ଠାବ ହୋଇଛି ଥଣ୍ଡା ବୋତଲରେ ଥିବା ଦେଶୀ ମଦ । ଘଟଣାରେ ୨ ଜଣଙ୍କୁ ଗିରଫ ପରେ ଥଣ୍ଡା ମଦ ବୋତଲକୁ ଜବତ କରାଯାଇଛି ।ଏହାର ଏକ କୋଡ୍ ୱାର୍ଡ ଥିଲା । ଦେଶୀ କୋଲ୍ଡ ଡ୍ରିଙ୍କ ମାଗିଲେ ହାତକୁ ବଢ଼େଇ ଦିଅନ୍ତି ଦୋକାନୀ ।ରାଜଧାନୀରେ ଏମିତି ଖୁଲମଖୁଲା ଦେଶୀ ମଦ ବିକ୍ରିକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । କେଉଁଠୁ ଏବଂ କେବେଠୁ ଏହି କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମଦ ବିକ୍ରି ହେଉଛି । ତାକୁ ନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।