ଦିଲ୍ଲୀ ଫେରିବା ପରେ ୱାକଫ୍‌ ବିଲ୍‌କୁ ନେଇ ଗଣମାଧ୍ୟମରେ ରଖିଲେନି ପ୍ରତିକ୍ରିୟା

ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ବିଦେଶ ଗସ୍ତରୁ ଫେରିଛନ୍ତି ଏମ୍‌ପି ସସ୍ମିତ ପାତ୍ର। ସେ ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।ଦଳ ପକ୍ଷରୁ କୁହାଗଲେ ପ୍ରତିକ୍ରିୟା ରଖିବେ ବୋଲି କହିଲେ ସସ୍ମିତ ପାତ୍ର। ରାଜ୍ୟ ସଭାରେ ୱାକଫ୍‌ ବିଲ୍ ସମର୍ଥନରେ ଭୋଟ୍ ଦେବା ପରେ ବିବାଦରେ ରହିଛନ୍ତି ସସ୍ମିତ। ଏହା ପରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାସ୍‌କେଣ୍ଟ୍‌ରୁ ଗସ୍ତ କରିଥିଲେ ।ନିକଟରେ ବିଜେଡି ରାଜ୍ୟ ସଭା ସାଂସଦ ମୁନା ଖାନ୍ ନବୀନଙ୍କୁ ଭେଟି ସସ୍ମିତଙ୍କ ନିଲମ୍ବନ ଦାବି କରିଥିଲେ । ଏହାଛଡ଼ା ଗତକାଲି ନବୀନ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସସ୍ମିତଙ୍କ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇ ନ ଥିଲେ ।

ଅଧିକ ପଢନ୍ତୁ

Odisha Darpan Digital