ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି ।
ସେହିଭଳି ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା । ଏନେଇ ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ରହିଛି ୧୮୩ କୋଟି ୬ ଲକ୍ଷ ଟଙ୍କା ।ମନ୍ତ୍ରୀ କହିଛନ୍ତି, ପରିବହନ ବିଭାଗର ୧୦୯ ସରକାରୀ ବସ୍ ଅଚଳ ହୋଇ ପଡ଼ିରହିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍ କିଣିଥିଲା ପରିବହନ ବିଭାଗ। ସେଥିରୁ ୧୦୯ଟି ବସ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି।