ଗତ ୪ ଦଶନ୍ଧି ଧରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିଲେ ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା ଓ ଦେବା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସେମାନେ ଖେଳାଇଥିଲେ ଆତଙ୍କବାଦ । ଏପରିକି ଉଭୟ ସ୍ଥାନୀୟ ଅଞ୍ଚଳକୁ ନିଜ କବଜାରେ ରଖିବା ସହ ଲୋକଙ୍କୁ ଭୟଭୀତ ଓ ଆତଙ୍କିତ କରି ରଖିଥିଲେ।ନକ୍ସଲ ନେତା ହିଡ଼ମାକୁ ଛତିଶଗଡ଼ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପୁଲିସ ଖୋଜୁଛି। ଛତିଶଗଡ଼ ପୁଲିସ ଲଗାତାର ନକ୍ସଲ ଦମନରେ ସଫଳତା ହାସଲ କରିଥିଲେ ସୁଦ୍ଧା ହିଡ଼ମାକୁ ଧରିବାରେ ସଫଳ ହୋଇପାରୁ ନାହିଁ। ସେପଟେ ସୁରକ୍ଷା ବଳଙ୍କ ମାଓ ଅପରେସନରେ ଲୋକଙ୍କ ଭିତରେ ଆଶାର ସଂଚାର ହୋଇଛି । ପୂର୍ବର ସେ ଭୟ ଧୀରେ ଧୀରେ ଲୋକଙ୍କ ଭିତରେ ହ୍ରାସ ପାଇଛି ।
ସେଥି ପାଇଁ ତ ଡର ଭୟକୁ ପଛରେ ପକାଇ ଏତେ ଦୁର୍ଦ୍ଦାନ୍ତ ମାଓ ନେତାର ଘର ଭାଙ୍ଗିବାର ସାହସ ଜୁଟାଇଛନ୍ତି ଗ୍ରାମବାସୀ ।ସେହିପରି ସ୍ଥାନୀୟ ଅଞ୍ଚଳର ଆଉ ଏକ କମାଣ୍ଡର ହେଲା ଦେବା। ଦେବା ମଧ୍ୟ ଜଣେ କୁଖ୍ୟାତ ନକ୍ସଲ। ତା’ ଘର ମଧ୍ୟ ପୂବର୍ତ୍ତୀରେ ବୋଲି ଜଣାଯାଇଛି। ଗ୍ରାମବାସୀ ଦେବା ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।