
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ରାଷ୍ଟ୍ରୀୟ ଆଇନ୍ସେବା ପ୍ରାଧିକରଣ ଓ ଓଡ଼ିଶା ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମେ ୧୦ ତାରିଖରେ
ଆୟୋଜିତ ହେବ । ବିନା ମୂଲ୍ୟରେ ଜନସାଧାରଣଙ୍କୁ ଆଇନ୍ସେବା ଯୋଗାଇ ଦେବାକୁ ନୟାଗଡ଼ କୋର୍ଟ ସମେତ ରଣପୁର, ଓଡ଼ଗାଁ, ଦଶପଲ୍ଲା, ଖଣ୍ଡପଡ଼ା ଏବଂ ଭାପୁର କୋର୍ଟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବାର ସୂଚନା ରହିଛି । ଏହି ଅଦାଲତରେ ମୋକଦ୍ଦମା ସ୍ତରୀୟ ସାଲିସ ଯୋଗ୍ୟ, ଫୌଜଦାରୀ ମାମଲା, ଚେକ୍ ବାଉନ୍ସ ମାମଲା,ଟଙ୍କା ପୁନରୁଦ୍ଧାର ମାମଲା, ମଟରଯାନ ଦୁର୍ଘଟଣା, ଶ୍ରମ ବିବାଦ ମାମଲା, ବିଦ୍ୟୁତ୍, ଜଳ ଓ ଅନ୍ୟ ବିଲ୍ ଦେୟ ଜନିତ ବିବାହ, ବୈବାହିକ ବିବାଦ (ବିବାହ ବଛେଦ ବ୍ୟତୀତ) ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦଲତରେ ଥିବାଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବନ୍ଧୀୟ ଅବସରକାଳୀନ ପ୍ରାପ୍ୟ ଓ ରାଜସ୍ୱ ମାମଲା ଖାଉଟି ବିବାଦ ଓ ଅନ୍ୟ ଫୌଜଦାରୀ ମମାଲାର ଫଇସଲା ହେବ। ସକାଳ ୭ଟାରୁ ଏହି ଲୋକଅଦାଲତ ଆରମ୍ଭ ହେବ। ଜିଲା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ଲାଭ ସମସ୍ତେ ନେବାକୁ ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଅନୁରୋଧ କରିଛନ୍ତି |