ଧନୁଯାତ୍ରା ଦେଖିବାକୁ ଆସି ୪୮ ଘଣ୍ଟା ପରେ ଜଙ୍ଗଲରୁ ଉଦ୍ଧାର ହେଲେ ଯୁବତୀ ,ଗଣଦୁଷ୍କର୍ମ ଅଭିଯୋଗ

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ଆଜି ଦୀର୍ଘ ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛନ୍ତି। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହଛି। ସମ୍ପୃକ୍ତ ଯୁବତୀଙ୍କ ପ୍ରତି ପାଶବିକ ଅତ୍ୟାଚାର ହୋଇଥିବା ଅନୁମାନ ହେଉଛି। ତାଙ୍କୁ ବୁର୍ଲା ଭୀମସାର ମେଡ଼ିକାଲକୁ ନିଆଯାଇଛି।ତେବେ ସେ ସମୟର ଘଟଣା କେତେ ଯେ ଭୟଙ୍କର ହୋଇଥିବ ପରିବାର ଲୋକେ କହି ବାହୁନି ବାହୁନି କାନ୍ଦୁଛନ୍ତି ଓ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି। ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital