ଧାମରା ଠାରେ ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ, ୮ ଯାତ୍ରୀ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମରା ଠାରେ ଏକ ମାଛ ଧରା ଟ୍ରଲରକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବୋଟ ବୁଡ଼ିଯାଇଛି । ୮ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସମ୍ପୃକ୍ତ ଯାତ୍ରୀବାହୀ ବୋଟ ଚାଳକର ଅସାବଧାନତା ଯୋଗୁ ସମ୍ପୃକ୍ତ ଚାଳକ ନିଜର ବୋଟକୁ ନେଇ ଏକ ମାଛ ଧରା ଟ୍ରଲରରେ ଧକ୍କା ଦେଇ ସେହି ସ୍ଥାନରେ ବୁଡ଼ିଯାଇଥିଲା। ମାଛ ଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୮ଜଣ ବୋଟ ଯାତ୍ରୀଙ୍କୁ ପାଣିରୁ ଉଦ୍ଧାର କରି ସେମାନଙ୍କୁ ଧାମରା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଧାମରାରେ ମକର ମେଳା ଚାଲୁଥିବା ବେଳେ ନଦୀ ପଥରେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ