ନକଲି ଆଇପିଏସକୁ ବାନ୍ଧିଲା ଭଦ୍ରକ ପୁଲିସ

ହୋଟେଲ ରୁମରେ ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା ହଠାତ୍ ଚଢ଼ାଉ କରିଥିଲା ପୋଲିସ । ସିଧା ଯାଇ ଶୋଇଥିବା ଅବସ୍ଥାରେ ହିଁ ଥାନାରେ ହାଜର କରିଦେଲେ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ରାହୁଲ ସିଂ ରଣାୟତ୍ତ । ତାଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବନ୍ଧୁକ ସହ ଆରପିଏଫ, ପୁଲିସ ଓ ଆର୍ମିର ବ୍ଯାଚ ଆଦି ବିପୁଳ ମାତ୍ରାରେ ପୁଲିସ ସାମଗ୍ରୀ ଜବତ ହୋଇଛି ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ନଳାଙ୍ଗ ଅଂଚଳରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ନଳାଙ୍ଗ ଛକ ନିକଟରେ ଏକ ହୋଟେଲରେ ଭଡା ରେ ରହୁଥିଲେ ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଅଂଚଳର ରାହୁଲ ସିଂ ରାଣାବତ । ସେ ନିଜକୁ ଝାଡ଼ଖଣ୍ଡ ରାଜ୍ୟର ପୋଲିସ ଡ଼ିଏସପି ବୋଲି ପରିଚୟ ଦେଇ ଆଜିକୁ ପ୍ରାୟ ଏକ ବର୍ଷ ହେବ ରହୁଥିଲେ । ଏବଂ ସେଠାରୁ ସେ ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାକୁ ଯିବା ଆସିବା କରୁଥିଲେ । ତେବେ ଏହି ଖବର ପୋଲିସ ପାଖରେ ପହଂଚି ଥିଲା । ତେଣୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ସେହି ହୋଟେଲ ରୁମରେ ଅଚାନକ ଚଢ଼ାଉ କରିବା ପରେ ସବୁ ତଥ୍ୟ ସାମନାକୁ ଆସିଥିଲା । ରାହୁଲ ସିଂଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ୩ ସହଯୋଗୀଙ୍କୁ ଅଟକ ରଖା ଯାଇଛି । ତେବେ ଗିରଫ ବ୍ୟକ୍ତି ଜଣଙ୍କ ନକଲି ପୋଲିସ ଅଫିସର ହୋଇ କୌଣସି ଅପରାଧିକ କାର୍ଯ୍ୟ କରିଛି କି ନାହିଁ ସେ ସମ୍ପର୍କ ରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital