ବାଲେଶ୍ୱରରେ ନାବାଳିକା ସହ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଠାରେ ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଭୋଗରାଇ ଅଞ୍ଚଳର କିଛି ଅସାମାଜିକ ଯୁବକ । ଦୁଷ୍କର୍ମ ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ନାବାଳିକାଙ୍କୁ ଘର ଭିତରେ ବେକରେ ଦୌଡ଼ି ଦେଇ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମୃତ ନାବାଳିକାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାମୁତାବକ ନାବାଳିକାଙ୍କ ବାପା, ମା’, ବାହାର ରାଜ୍ୟରେ ରହୁଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ମଙ୍ଗଳବାର ରାତି ସମୟରେ ଲକ୍ଷ୍ମୀପାଟଣା ଗାଁର ବସନ୍ତ ମାଝୀ ଓ ତାଙ୍କର କିଛି ସହଯୋଗୀ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଭୋଗରାଇ ଥାନାରେ ଅଭିଯୋଗ ପରେ ପୁଲିସ ନବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
