ନିଜ ଗୁରୁଙ୍କୁ ଦେଖି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ ଜନ୍ମମାଟିର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ। ରାଷ୍ଟ୍ରପତି ବନିଥିବା ଗାଁ ଝିଅଙ୍କୁ ପାଖରେ ପାଇ ଉପରବେଡ଼ାବାସୀ ତ କୃତ୍ୟ କୃତ୍ୟ ହେଲେ। ରାଷ୍ଟ୍ରପତିଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଇଥିବା ଗୁରୁ ମଧ୍ୟ ନିଜକୁ ଧନ୍ୟ ମନେକଲେ |

ଝାଟିମାଟି କ୍ଲାସରୁମକୁ ଗୋବର ଦ୍ୱାରା ଲିପାପୋଛା କରିବା, ଝରି କଲମ ଦ୍ୱାରା ପୋଷାକ ଖରାପ ହେବା, ଅଭାବ ଭିତରେ ବି ପାଠ ପଢ଼ିବାର ନିଶା ଏବଂ ଗୁରୁମାନଙ୍କ ଅବଦାନକୁ ମନେ ପକାଇ ବେଶ୍‌ ଭାବବିହ୍ୱଳ ହୋଇଥିଲେ ରାଷ୍ଟ୍ରପତି।ଏହା ସହ ତାଙ୍କ ଶିକ୍ଷକ କହିଛନ୍ତି, ଛୋଟ ବେଳୁ ସେ ଭଲ ପଢ଼ୁଥିଲେ । ଏତେ ପିଲାଙ୍କ ଭିତରୁ ସେ ରାଷ୍ଟ୍ରପତି ହେଲେ କେବଳ ନିଜସ୍ବ ବୁଦ୍ଧି ବଳରେ। ସବୁ ପିଲାଙ୍କ ମଧ୍ୟରୁ ତାଙ୍କ ସ୍ମରଣଶକ୍ତି ଅଧିକ। ଗୋଟିଏ କଥା କହିଲେ ସେ ତାହାକୁ ଚଟ୍‌କି ମନେ ରଖିଦେଉଥିଲେ। ଆମେ ଶ୍ରେଣୀରେ ଥିବା ସମସ୍ତ ପିଲାଙ୍କୁ ଏକା ପାଠ ପଢ଼ାଉଙ୍‌ଥିଲୁ ସେ କିନ୍ତୁ ରାଷ୍ଟ୍ରପତି ହେଲ। ଏହା ତାଙ୍କ ନିଜସ୍ବ ବୁଦ୍ଧି ବଳରେ। ସେ ଗରୁଙ୍କ ସମ୍ମାନ ଙ୍କରନ୍ତି।

ଅଧିକ ପଢନ୍ତୁ