ନିଶା ଦେଇ ବୃଦ୍ଧଙ୍କ ଆଖି ତାଡିନେଲେ !

ବଲାଙ୍ଗିର ଲୋଇସିଂହାରୁ ଆସିଛି ବର୍ବର କାଣ୍ଡ । ଏଠାରେ ଜଣେ ବୃଦ୍ଧଙ୍କୁ ନିଶା ଦେଇ ତାଙ୍କର ଆଖି ତାଡି ନେବାକୁ ଉଦ୍ୟମ ହୋଇଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୃଦ୍ଧ ଜଣଙ୍କ ହେଉଛନ୍ତି ବୁଦେଲ ବାହାଲର ଇନସାନ ଝଙ୍କାର |ସୂଚନା ଆଧାରରେ, ଲୋଇସିଂହା ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି । କିଏ ଏବଂ କାହିଁକି ଏଭଳି କଲେ କାରଣ ଅସ୍ପଷ୍ଟ ରହିଛି । କେବଳ ଜଣେ ବୃଦ୍ଧଙ୍କ ସହ ଏପରି ବର୍ବର କାଣ୍ଡ ଘଟାଇବା ପାଇଁ ଯୋଜନା କରାଯାଇଥିଲା ନା ଆଗରୁ ବି ଏପରି କରିସାରିଛନ୍ତି ଦୁର୍ବୃତ୍ତ ଏନେଇ କୌଣସି ସ୍ପଷ୍ଟ ତଥ୍ୟ ଜଣାପଡ଼ିନି |ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ