ନୂଆବର୍ଷରେ ସଅଳ ଦର୍ଶନ ଦେବେ ଶ୍ରୀଜୀଉ।

ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚୁଛନ୍ତି ପୁରୀରେ। ଏମିତିରେ ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ ଦୃଷ୍ଟିରେ ରଖି ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଆଜି ରାତି ସାଢ଼େ ୧୨ ସୁଦ୍ଧା ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହେବ।

ଏନେଇ ଆଶାବାଦୀ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ |ସେ କହିଛନ୍ତି, ରାତି ୧୦ରୁ ସାଢ଼େ ୧୦ ଭିତରେ ପହୁଡ଼ ନୀତି ସଂପନ୍ନ ହେବ। ଶୀଘ୍ର ପହୁଡ଼ ଓ ଦ୍ୱାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ।ବର୍ତ୍ତମାନ ସୁଦ୍ଧା ସମସ୍ତ ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଶ୍ରଦ୍ଧାଳୁଙ୍କୁ ମାର୍କେଟ୍ ଛକ ଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଛି। ଖାଲି ସେତିକି ନୁହେଁ ଶୃଙ୍ଖଳିତ ଦର୍ଶନ ଏବଂ ଠାକୁରଙ୍କ ନୀତି କାନ୍ତି ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ଉପରେ ନଜର ରଖିଛନ୍ତି।

ଅଧିକ ପଢନ୍ତୁ