ନୂଆ ବର୍ଷରେ କମିଲା ସୁନା ଦର

ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର ।ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୫, ୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୭ ହଜାର ୫୫୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫ ହଜାର ୫୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୭ ହଜାର ୫୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୫, ୫୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୭ ,୫୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୫, ୬୬୦ ଟଙ୍କା ଓ ୨୨ କ୍ୟାରେଟ୍ ୮୭,୭୦୦ଟଙ୍କା ରହିଛି ।ଯଦି ଦେଖିବା କିଛି ଦିନ ପୂର୍ବରୁ ସୁନା ଦର ଖସୁଥିଲେ ମଧ୍ୟ ୪ରୁ୫ ଦିନ ହେବ ପୁଣିଥରେ ଲଗାତାର ଭାବରେ ବଢ଼ିବାରେ ଲାଗିଥିଲା ସୁନା ଓ ରୁପା ରେଟ୍। ହେଲେ ନୂଆବର୍ଷ ଆରମ୍ଭ ହେଉହେଉ କମିଗଲା ସୁନା ଦର। ତେଣୁ ଡେରି ନକରି ଦୋକାନକୁ ଯାଆନ୍ତୁ ଆଉ ସୁନା କିଣନ୍ତୁ।

ଅଧିକ ପଢନ୍ତୁ

kc ads