ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମାମଲାର ଆଜି ଶୁଣାଣି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ସମାପ୍ତ ହୋଇଛି। ଆଜି ଇଡି କୋର୍ଟକୁ କହିଛି ଯେ, ସୋନିଆ ଏବଂ ରାହୁଲ ଗାନ୍ଧି ଏହି ଅପରାଧରୁ ୧୪୨ କୋଟି ଟଙ୍କା ରୋଜଗାର କରିଛନ୍ତି। ଇଡି ପକ୍ଷରୁ ଏଏସ୍ଜି ରାଜୁ କୋର୍ଟକୁ କହିଛନ୍ତି, ରାହୁଲ ଗାନ୍ଧୀ ଓ ସୋନିଆଙ୍କ ସହ ଅନ୍ୟମାନଙ୍କ ଉପରେ କେସ୍ ଅଛି। ଇଡି କୋର୍ଟ କହିଛନ୍ତି, ସମ୍ପତ୍ତି ଜବତ ନଭେମ୍ବର ୨୦୨୩ ରେ ହୋଇଥିଲା, ସେ ପର୍ଯ୍ୟନ୍ତ ଅଭିଯୁକ୍ତ ଅପରାଧ ଆୟର ଲାଭ ନେଉଥିଲେ। ଏହି ସମୟରେ ତାଙ୍କୁ ୧୪୨ କୋଟି ଟଙ୍କାର ଲାଭ ମିଳିଛି। ଇଡି କହିଛି, ଯେତେବେଳେ ଅଭିଯୁକ୍ତମାନେ ଅପରାଧର ଆୟ ଅର୍ଜିତ କରିଥିଲେ ସେମାନେ ମନି ଲଣ୍ଡରିଂ କରିଛନ୍ତି, କିନ୍ତୁ ସେ ଆୟକୁ ନିଜ ପାଖରେ ରଖିବା ମଧ୍ୟ ମନି ଲଣ୍ଡରିଂ କୁହାଯାଏ। ଏହା ନା କେବଳ ପ୍ରତ୍ୟକ୍ଷ, ବଂର ଅପ୍ରତ୍ୟକ୍ଷ ମଧ୍ୟ,ଯାହାକି ଅପରାଧର ଆୟର ଅଧିଗ୍ରହଣ।’ଆଜି କୋର୍ଟ ଏହି ମାମଲାର ଅଭିଯୋଗକାରୀ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଚାର୍ଜସିଟର ଏକ କପି ପ୍ରଦାନ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶୁଣାଣି ସମୟରେ, ଅଭିଯୁକ୍ତଙ୍କ ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେ ଯେ, ଚାର୍ଜସିଟ୍ ଅନେକ ଦଲିଲରେ ପରିପୂର୍ଣ୍ଣ। ଏହାକୁ ପଢ଼ିବାକୁ ସମୟ ଲାଗିବ। ଅଭିଯୁକ୍ତଙ୍କ ଏହି ଯୁକ୍ତିକୁ ଇଡି ବିରୋଧ କରିଥିଲା ଏବଂ ଶୀଘ୍ର ଶୁଣାଣି ଦାବି କରିଥିଲା। ତା’ପରେ କୋର୍ଟ 2ରୁ 8 ଜୁନ୍ ପର୍ଯ୍ୟନ୍ତ ପ୍ରତିଦିନ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
