ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ ।

ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ । ବୋଲେରୋରେ କିଛି ଦୁର୍ବୃତ୍ତ ଆସି ଦଶପଲ୍ଲା ସାକେଣି ନିକଟରେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣା ସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଛି ।। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ଜଣକ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ବୋଲି ଜଣାପଡିଛି । ଜଟିଆ ଦୁଇ ଜଣ ସାଙ୍ଗଙ୍କ ସହ କୌଣସି ଏକ କାମରେ ଭଞ୍ଜନଗର ଯାଉଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ୮ ଜଣ ଦୁର୍ବୃତ୍ତ ଏକ ସ୍କର୍ପିଓ ଗାଡିରେ ଆସି ତାଙ୍କୁ ଅଟକାଇ ଯାହା ଟଙ୍କା ଅଛି ଦେବାକୁ କହିଥିଲେ । ପରେ ହଠାତ ସେମାନେ ଆକ୍ରମଣ କରିଥିଲେ । ମାଡ଼ ଭୟରେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଦୌଡି ପଳାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଟିଆଙ୍କୁ ପ୍ରବଳ ମାଡ ମାରିବା ସହ ବ୍ଲେଡରେ ଆକ୍ରମଣ କରିଥିଲେ । ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଆଜି ଭୋର ସମୟରେ ଏହି ଘଟଣା ଘଟିଛି । ତେବେ ଯୁବକଙ୍କୁ କାହିଁକି ଆକ୍ରମଣ କଲେ ଦୁର୍ବୃତ୍ତ ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଛାନବିନ୍ କରୁଛି ।

ଅଧିକ ପଢନ୍ତୁ

kc ads