ପାରାଦୀପ ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା ।

ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣିି ସୁରକ୍ଷାକର୍ମୀ। ସବୁଠିି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ବିଶେଷ କରି ଏବେ ଚେଇଁ ରହିଛି ଜଳ ପଥ। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ସୁରକ୍ଷାକୁ ବୃଦ୍ଧି କରାଯାଇଛି। । ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି । ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି । ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।। ବନ୍ଦର ମଧ୍ୟରେ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା ଜାରି କରାଯାଇଛି । ଏହାସହ ଛକ ଛକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି ।ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି ସ ଲାଇଟ୍ ହାଉସ, ପୁରୀ ଶ୍ରୀମନ୍ଦିର, ହୀରାକୁଦ ଡ଼୍ୟାମ ସମସ୍ତ ଅନେକ ପ୍ରମୁଖ ସ୍ଥଳରେ ଆଲର୍ଟ ଜାରି କରିଛନ୍ତି।

ଅଧିକ ପଢନ୍ତୁ

kc ads