ପୁଣି ବଢିଲା ସୁନା ଦର । ଏବେ ଲଗାତାର ବୃଦ୍ଧି ପାଉଥିବା ସୁନା ଦର ପୁଣି ଥରେ ଚିନ୍ତା ବଢାଇ ଦେଇଛି । ମେ’ ୭ ଅର୍ଥାତ୍ ବୁଧବାର ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୯,୦୦୦ ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୭୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୦୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୦୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୧୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦, ୯୦୦ ଟଙ୍କା ରହିଛି ।ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ଏହା ୧୦,୭୯୦ ଟଙ୍କା ଥିଲା । ଏଥିରେ ୩୧୦ ଟଙ୍କା ବୃଦ୍ଧି ହୋଇଛି ।
