ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ କହିଛନ୍ତି ।ଘଟଣାଟି ହେଉଛି ନିକଟରେ ଗୋଲ ବଜାର ଛକରେ ଝଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଖଣ୍ଡା ବୁଲାଉଥିବା ପିଲାଙ୍କ ପାଖରୁ ଖଣ୍ଡା ଜବତ କରିବା ସହ ୮ ଜଣ ପିଲାଙ୍କୁ ଗିରଫ କରିଥିଲା।

ଆଉ ପରେ ଥାନାରେ ଜୟନାରାୟଣ ପହଞ୍ଚି ପିଲାଙ୍କ ସପକ୍ଷରେ ବାହାରି ପୋଲିସକୁ ଧମକ ଦେଇଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଥାନା ପୋଡିଦେବା ଏବଂ ସମସ୍ତଙ୍କୁ ମାରିଦେବା ନେଇ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି।ପୂର୍ବରୁ ମଧ୍ୟ ଜୟନାରାୟଣ ମିଶ୍ର ଅଇଁଠାପାଲି ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରିଥିବାର ଦେଖିବାକୁ ମିଳିଥିଲା । ବାରମ୍ବାର ଜୟନାରାୟଣ ଭୁଲ ଦୋହରାଉଥିବାର ଦେଖିବାକୁ ମିଳୁଛି । ନିକଟରେ ରାଜ୍ୟ ସଙ୍ଗୀତକୁ ଅସମ୍ମାନ କରିଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ସମସ୍ତେ ଛିଡ଼ା ହୋଇଥିବା ବେଳେ ସେ କିନ୍ତୁ ବସି ରହିଥିଲେ । ସମାନ ଭୁଲ ତାଙ୍କ ଝିଅ ମଧ୍ୟ କରିଥିବାର ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ

kc ads