ପୁଣି ରାଜ୍ୟକୁ ଫେରୁଛି ଭୀଷଣ ତାତି । ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ

ପୁଣି ରାଜ୍ୟକୁ ଫେରୁଛି ଭୀଷଣ ତାତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା କାରଣରୁ କିଛି ଦିନ ହେବ ଟାଣ ଖରାର ପ୍ରକୋପ କିଛିଟା ମାତ୍ରାରେ କମିଥିଲା । ହେଲେ ଏବେ ପୁଣିଥରେ ରାଜ୍ୟକୁ ଫେରୁଛି ତାତି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା। ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି ଜ୍ୱାଳା ଅସମ୍ଭାଳ ହେବ। ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି। ଆଜିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି।ଗୁରୁବାର ରାଜ୍ୟରେ ଗରମ ବଢ଼ିଥିବାବେଳେ ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ଥିଲା ୩୮ ଡିଗ୍ରୀ ଉପରେ । ବୌଦ୍ଧରେ ୩୯.୮, ସମ୍ବଲପୁରରେ ୩୯.୬, ଟିଟିଲାଗଡ଼ ୩୯, ବଲାଙ୍ଗୀର ୩୯.୨, ନୟାଗଡ଼ ୩୯, ଖୋର୍ଦ୍ଧା ୩୯, ଝାରସୁଗୁଡ଼ା ୩୮.୪, ହୀରାକୁଦ ୩୮.୧, ସୁନ୍ଦରଗଡ଼ ୩୮, ବାରିପଦା ୩୮ଡିଗ୍ରୀ ଥିବାବେଳେ ଭୁବନେଶ୍ୱର ୩୭.୬ ଓ କଟକ ୩୭.୮ ଡିଗ୍ରୀରେ ସିଝିଥିଲା ।

ଅଧିକ ପଢନ୍ତୁ

kc ads