ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ

ଓଡ଼ିଶାରେ ନୂଆ ଗତି ପାଇବ ପର୍ଯ୍ୟଟନ କ୍ଷେତ୍ର । ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ । ଯାତ୍ରୀଙ୍କୁ ନିଆରା ଜଳଯାତ୍ରାର ଅନୁଭୁତି ଦେବ ସୌଖିନ କୃଜ ଜାହାଜ । ପୁରୀରୁ ଯିବେ ପାରାଦୀପ, ଦୀଘା, ବିଶାଖାପାଟଣା, ଆଣ୍ଡାମାନ୍ ନିକୋବର। ଆସନ୍ତା ୨୭ ରୁ ୩୧ ମେରି ଟାଇମ୍ ୱିକ୍ ବେଳେ ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MOU । ପୂର୍ବରୁ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।ପୁରୀରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରୀଙ୍କୁ ନେଇ ଏହି ଘରୋଇ ଜାହାଜ ଚଳାଚଳ କରିବ । ପୁରୀର ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର ପ୍ରତିଷ୍ଠା ହେବ। ପର୍ଯ୍ୟଟନ ସ୍ଥଳକୁ ଆହୁରି ବଳ ଦେବାକୁ ସରକାର ଯୋଜନା କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ଭିତ୍ତିଭୂମି ପୁରୀରେ, ଦ୍ୱିତୀୟ ପର୍ଯ୍ୟାୟରେ ପାରାଦୀପ ଠାରେ ବିକଶିତ ହେବ। ଆସନ୍ତା ୨ରୁ ତିନି ବର୍ଷ ଭିତରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital