ପୃଥିବୀକୁ ଫେରିବେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ । କେବଳ ସୁନୀତା ନୁହେଁ ତାଙ୍କ ସାଥୀ ବୁଚ୍ ୱିଲମୋର ବି ଫେରିବେ । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ।
କାଲି ସଂଧ୍ୟା ୫ଟା ୫୭ରେ ଫ୍ଲୋରିଡ଼ା କୋଷ୍ଟରେ ପହଞ୍ଚିବ । ୯ ମାସ ହେଲା ISSରେ ଫିସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ସାଥୀ ୱିଲ୍ ବୁଚ୍ ମୋର୍। ଉଭୟ ପୃଥିବୀକୁ ଫେରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ସଫଳ ଡକିଂ ଓ ହ୍ୟାଚ୍ ଖୋଲିଯିବା ପରେ ମିଶନ୍ର ମହାକାଶଚାରୀମାନେ ସୁନୀତା, ବୁଚ୍ଙ୍କୁ ସାକ୍ଷାତ କରିଥିଲେ । ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ଆଇଏସ୍ଏସ୍ରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ ।