ପୃଥିବୀ ପରି ଆଉ ଏକ ନୀଳଗ୍ରହ; ମିଳିଲା ଏଲିୟନ ପ୍ଲାନେଟ୍ସୌ

ସୌର ମଣ୍ଡଳର ବାହାରେ ଜୀବନସତ୍ତା । ପୃଥିବୀ ପରି ଆଉ ଏକ ନୀଳଗ୍ରହ । ଜୀବନ ସନ୍ଧାନ କଲେ ବୈଜ୍ଞାନିକ । ମିଳିଲା ଏଲିୟନ୍ ପ୍ଲାନେଟ୍ । କେଟୁ-୧୮ବି ନାମକ ଏକ ଗ୍ରହରେ ଜୀବନ ସହ ଜଡିତ ଗତିବିଧି ନେଇ ବଡ଼ ସଂକେତ ପାଇଛନ୍ତି କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଟପ୍ ବୈଜ୍ଞାନିକ । ଏହାକୁ ନେଇ ବୈଜ୍ଞାନିକ ୯୯ପ୍ରତିଶତରୁ ଅଧିକ ଆଶ୍ବସ୍ତ ରହିଥିବା ବେଳେ ଗବେଷଣା ଜାରି ରଖିଛନ୍ତି । ୧୨୦ ପ୍ରକାଶ ବର୍ଷ ଦୂରରେ ରହିଥିବା ଏହି ଗ୍ରହ ଆକାରରେ ପୃଥିବୀଠାରୁ ଆଠଗୁଣା ବଡ । ଏହାର ବ୍ୟାସ ପୃଥିବୀର ବ୍ୟାସଠାରୁ ଅଢେଇ ଗୁଣା ବଡ଼ ବୋଲି ଜଣାପଡିଛି।ଏହି ଏଲିୟନର ସୌର ମଣ୍ଡଳରେ ଏପରି କିଛି ଗ୍ୟାସ୍ ଚିହ୍ନଟ ହୋଇଛି, ଯାହା ଦ୍ବାରା କେବଳ ନୀଳଗ୍ରହ ଜୀବନ ପ୍ରକ୍ରିୟା ସମ୍ଭବ ହୋଇପାରୁଛି ।

ତେଣୁ ପୃଥିବୀ ପରି ସେଠାରେ ମଧ୍ୟ ଜୀବନ ସମ୍ଭବ ବୋଲି ଅନୁମାନ କରୁଛନ୍ତି ବୈଜ୍ଞାନିକ । K2-18 b ନାମକ ସେହି ଗ୍ରହରେ ୨ଟି ଗ୍ୟାସ ଡାଇମିଥାଇଲ ସଲଫାଇଡ ବା DMS ଓ ଡାଇମିଥାଇଲ ଡାଇସଲଫାଇଡ DMDS ଥିବା ପ୍ରମାଣ ମିଳିଛି । ଏହି ଦୁଇ ଗ୍ୟାସ୍ ପୃଥିବୀରେ ଜୀବତ ପ୍ରାଣୀ ବା ପ୍ରାଥମିକ ଭାବେ ଯାହାକୁ ଫାଇଟୋପ୍ଲାଙ୍କଟନ ବା ଏଲଗି, ବ୍ୟାକ୍ଟେରିଆ ଦ୍ବାରା ଉତ୍ପନ୍ନ ହୋଇଥାଏ । ଏହା ଅନ୍ତିମ ସଙ୍କେତ ନହେଲେ ବି K2-18 b ଗ୍ରହରେ ଜୀବତ ପ୍ରାଣୀ ଥିବା ଦାବିକୁ ଏଡାଇ ଦିଆଯାଇପାରିବ । ହେଲେ ପ୍ରଫେସର ନିକ୍କୁ ମଧୁସୂଦନ କହିଛନ୍ତି, ଆସନ୍ତା କିଛି ବର୍ଷ ମଧ୍ୟରେ ଏଲିୟନ ପାଖରେ ପହଞ୍ଚିପାରେ ମଣିଷ ।ଗବେଷଣାରୁ ଗ୍ରହରେ ଏକ ମହାସାଗର ଓ ଘନ ହାଇଡ୍ରୋଜେନଯୁକ୍ତ ବାୟୁମଣ୍ଡଳ ଥିବା ନେଇ ସମ୍ଭାବନା ରହିଛି । ଯଦି ଗ୍ରହଟି ହାଇସିନ୍ ଦୁନିଆ ତେବେ ଏହା ମହାସାଗରରେ ଢାଙ୍କି ହୋଇ ରହିଥାଇପାରେ। ହାଇସିନ୍ ଶବ୍ଦ ହାଇଡ୍ରୋଜେନ୍ ଓ ମହାସାଗରକୁ ମିଶାଇ କରାଯାଇଛି । ତେବେ ସେହି ଗ୍ରହରେ ମହାସାଗରର ତାପମାତ୍ରା କେତେ ରହିଥିବ, ସେନେଇ ସ୍ପଷ୍ଟ ତଥ୍ୟ ଜଣାପଡିନଥିବା ବୈଜ୍ଞାନିକ ନିକ୍କୁ ମଧୁସୁଦନ କହିଛନ୍ତି । ପୃଥିବୀଠାରୁ ଗ୍ରହରେ ତାପମାତ୍ରା ଅଧିକ ରହିଥିବା ଅନୁମାନ କରାଯାଉଛି । ଗ୍ରହଟି ଏକ ଲାଲ୍ ନକ୍ଷତ୍ରର ପରିକ୍ରମା କରୁଛି ଯାହା ସୂର୍ଯ୍ୟଠାରୁ ଛୋଟ ଓ କମ୍ ଚମକପ୍ରଦ ।

ଅଧିକ ପଢନ୍ତୁ

kc ads