ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ Oisf ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ୪୦ ବର୍ଷୀୟ ସୁଶାନ୍ତ ସାହୁ ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ ଦୋକାନ ଖୋଲିବାକୁ ଯାଉଥିଲେ । ଏହି ସମୟରେ ଏକ ଓଆଇଏସଏଫ ପୋଲିସ ଗାଡ଼ି ଦୃତ ଗତିରେ ଆସି ସୁଶାନ୍ତଙ୍କ ସ୍କୁଟିକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷେ ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଖାଦେଇଇଥିଲା।
ଖବର ପାଇ କଲିୟାରୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିଥିଲା। ଅନ୍ୟପକ୍ଷେ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।ହେଲେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଘଟଣା ସ୍ଥଳରୁ ଧକ୍କା ଦେଇଥିବା ଓଆଇଏସଏଫ୍ ର ବୋଲେରୋଟି ରହିବା ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।