ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍‌ସିକ୍ ବିଜ୍ଞାନ ଅନୁଷ୍ଠାନ

ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫୋରେନସିକ ବିଜ୍ଞାନ ଅନୁଷ୍ଠାନ । ଏଥିରେ ୮ଜଣ ଏସପି , ୮ ଜଣ ଏଏସପି , ୨୪ ଡିଏସପି କାର୍ଯ୍ୟ କରିବେ । ଏହା ସହିତ ୨୪ ସାଇବର ଏକ୍ମପର୍ଟ, ଚାଟାର୍ଡ ଆକାଉଣ୍ଟ , ବ୍ୟାଙ୍କ ଏକ୍ସପର୍ଟ ରହିବେ । ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ । ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ନୀତି ନିବାରଣ ସପ୍ତାହର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୪ ମାସରେ ୬ ମୁଖ୍ୟଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ବହୁ କ୍ଲାସ-୧ ଅଫିସର ଜେଲରେ ଅଛନ୍ତି । ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ପୂରା ପିକ୍ଚର ବାକି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୪ ମାସରେ ୮୮ ଦୁର୍ନୀତି ମାମଲା ରୁଜୁ କରିଛି ଭିଜିଲାନ୍ସ। ୧୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସେଥିରୁ ୨୪ ଜଣ କ୍ଲାସ ୱାନ୍ ଏବଂ ୧୨ ଜଣ କ୍ଲାସ ଟୁ ଅଧିକାରୀ । ମୋଟ ଦୁର୍ନୀତି ମାମଲା ମଧ୍ୟରୁ ୨୬ଟି ଆୟ ବହିର୍ଭୂତ ମାମଲାରେ ୮୯ ଜଣଙ୍କ ବିରୋଧରେ କେସ୍ ହୋଇଛି । ଠାବ ହୋଇଛି ୭୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି । ତେବେ ବାଲେଶ୍ବର ଭିଜିଲାନ୍ସ ର ଦୁଷ୍ମନ୍ତ ନାୟକଙ୍କୁ ବେଷ୍ଟ ଆଇଓ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡି.ଏସ.ପି ଶବିତାଞ୍ଜଳୀ ନାୟକଙ୍କୁ ବେଷ୍ଟ ଆଇଓ ଭାବେ ସମ୍ମାନିତ କରାଯାଇଛି । ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁଙ୍କୁ ବେଷ୍ଟ ପବ୍ଲିକ ପ୍ରୋସିିକ୍ୟୁଟର ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି ।

ଅଧିକ ପଢନ୍ତୁ