ପ୍ରତି ବ୍ଲକରେ ଖେଳ ପଡିଆ, ପଞ୍ଚାୟତରେ ମିନି ଷ୍ଟାଡିୟମ ଓ ଇନଡୋର ଷ୍ଟାଡିୟମ ହେବ – ମୁଖ୍ୟମନ୍ତ୍ରୀ

ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ୍‌ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟନଶିପ୍‌ରେ ଯୋଗ ଦେଇଥିଲେ। ଜୟ ଜଗନ୍ନାଥ ଜୟ ମା ତାରିଣୀ କହି ଖେଳାଳିଙ୍କୁ ସମ୍ବୋଧନ କରିଥିଲେ। ପରେ ପରେ ହିନ୍ଦୀରେ ମଧ୍ୟ ଖେଳାଳୀ ମାନଙ୍କୁ ଅଭିଭାଷଣ ଓ ଶୁଭେଛା ଜଣାଇଥିଲେ। ହ୍ୟାଣ୍ଡବଲ ଖେଳ ପାଇଁ କେନ୍ଦୁଝର ପ୍ରସିଦ୍ଧ ଓ ୧୯୮୦ରେ ପ୍ରଥମେ ଏଠାରେ ଜାତୀୟ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗୀତା ହେଇଥିଲା। ଦୀର୍ଘ ୪୫ ବର୍ଷ ପରେ ପୁଣି ଏଠାରେ ଜାତୀୟ ପ୍ରତିଯୋଗିତାର ସୌଭାଗ୍ୟ ମିଳିଛି ବୋଲି କହିଥିଲେ।ଏ ସରକାର କ୍ରୀଡାକୁ ପ୍ରାଧାନ୍ୟ ଦେଉଛନ୍ତି ଓ କ୍ରୀଡାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ି ତୋଳିବାକୁ ପ୍ରତି ବ୍ଳକରେ ମଧ୍ୟ ଖେଳକୁ ଗୁରୁତ୍ଵ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରତି ବ୍ଲକରେ ଖେଳ ପଡିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମ ହେବ ଓ ଗୋଟିଏ ଗୋଟିଏ ଇନଡୋର ଷ୍ଟାଡିୟମ ମଧ୍ୟ ହେବ।

ଅଧିକ ପଢନ୍ତୁ

kc ads