ଆଗକୁ ଗାଡ଼ି ମାଲିକଙ୍କ ଯନ୍ତ୍ରଣା ବଢ଼ିବାକୁ ଯାଉଛି। ଯଦି ଗାଡ଼ି ଉପରେ କିଛି ଜରିମାନା ଅଛି, ବୀମା ନାହିଁ, ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ; ତେବେ ଫାସ୍ଟ୍ୟାଗ୍ ଆକ୍ଟିଭେଟ୍ ହେବନି। ଫେବ୍ରୁଆରୀ ୧ରୁ ଏହି ନିୟମ ଲାଗୁ ହେବ । କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତିକୁ କାର୍ଯ୍ୟକାରୀବେ ଓଡିଶା ସରକାର । ଗାଡିର ସମସ୍ତ କାଗଜପତ୍ର ଠିକ୍ ଥିଲେ ଟୋଲଗେଟ୍ ରେ ସମସ୍ୟା ହେବ ନାହିଁ । ସେହିପରି ଏପ୍ରିଲ ୧ରୁ ପ୍ରଦୂଷଣ ସାର୍ଟିଫିକେଟ ଏବଂ ଫିଟ୍ ନେସ ଯାଂଚ ବେଳେ ବାହାନ ଯାଂଚ ବାଧ୍ୟତାମୂଳକ କରାଯାଇଛି । ଗାଡି ମାଲିକ ଚାଲାଣ ଦେଇଥିଲେ ,ଗାଡିର ବୀମା ଥିଲେ ହିଁ ଫିଟନେସ ଓ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ।ମିଳିଥିବା ସୂଚନା ଅନୁସାରେ, ଜାନୁଆରି ୧ରୁ ନିୟମ ହୋଇଛି ଯେ ସବୁ ସାଧାରଣ ପରିବହନ ଗାଡ଼ି ଅର୍ଥାତ୍ ଟାକ୍ସି, ଚାରିଚକିଆ ବ୍ୟାବସାୟିକ ଗାଡ଼ି, ଭ୍ୟାନ୍, ବସ୍, ଟ୍ରକ୍ ଏବଂ ଜାତୀୟ ପରମିଟ୍ ପାଇଥିବା ଗାଡ଼ିରେ ‘ଗାଡ଼ି ଲୋକେସନ୍ ଟ୍ରାକିଂ ଯନ୍ତ୍ର’ (ଭିଏଲ୍ଟିଡି) ଲାଗିବ। ପୂର୍ବରୁ ଏହି ନିୟମ ରହିଛି। ହେଲେ ଏବେ ଏହାକୁ କଡ଼ାକଡ଼ି ଲାଗୁ ହେବ। ଏବେ ଯେଉଁମାନେ ସାଧାରଣ ପରିବହନ ଗାଡ଼ି ବା ବ୍ୟବସାୟିକ ଉଦ୍ଦେଶ୍ୟରେ ଗାଡ଼ି କିଣି ପଞ୍ଜୀକରଣ କରିବେ, ସେମାନେ ଲୋକେସନ୍ ଟ୍ରାକିଂ ଯନ୍ତ୍ର ନ ଲଗାଇଲେ ପଞ୍ଜୀକରଣ ହେବନି। ଏହାସହ ଯେତେବେଳେ କୌଣସି ଗାଡ଼ିର ପଞ୍ଜୀକରଣ ନବୀକରଣ ହେବ ବା ମାଲିକାନା ପରିବର୍ତ୍ତନ ହେବ ସେତେବେଳେ ଯଦି ଗାଡ଼ିରେ ଲୋକେସନ୍ ଟ୍ରାକିଂ ଯନ୍ତ୍ର ଲାଗି ନ ଥିବ ତେବେ ଏହା କରିବାକୁ ଅନୁମତି ମିଳିବନି।
