ମେ ୨୭ ପରିବର୍ତ୍ତେ ୨୬ରେ ସାବିତ୍ରୀ ଛୁଟି । ମେ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ।୨୬ ତାରିଖରେ ସମସ୍ତ ସରକାରୀ ଅଫିସ୍ ଛୁଟି । ରାଜ୍ୟ ସରକାର ଛୁଟି ବଦଳାଇବା ପାଇଁ ନେଲେ ବଡ଼ ନିଷ୍ପତ୍ତି । ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ । ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ନିଷ୍ପତ୍ତିକୁ ନେଇ କାର୍ମଚାରୀ ସ୍ୱାଗତ କରିଛନ୍ତି ।
