ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ

ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ବେଳେ ଟ୍ରାକକୁ ଗଳି ପଡ଼ିଲେ ବିଧାୟିକା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ସୋମବାର ଆଗ୍ରା-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଇତୱାହର ବିଜେପି ବିଧାୟିକା ସରିତା ଭାଦୌରିୟା ରେଳ ଟ୍ରାକକୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ଗତକାଲି ଆଗ୍ରା-ବାରଣାସି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଇତୱା ପ୍ଲାଟଫର୍ମରେ ସନ୍ଧ୍ୟା 6ଟା ସମୟରେ ଟ୍ରେନ୍ ଲାଗିଥିଲା। ମନ୍ତ୍ରୀ, ବିଧାୟକଙ୍କ ସମେତ ଅନେକ ନେତା ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ।ଏହି ସମୟରେ 61 ବର୍ଷୀୟ ବିଧାୟକ ସରିତା ବାହାଦୁରିଆ ଅନ୍ୟମାନଙ୍କ ସହ ବନ୍ଦେ ଭାରତର ଶୁଭାରମ୍ଭ କରିବା ପାଇଁ ସବୁଜ ପତାକା ଦେଖାଉଥିଲେ। ହେଲେ ହଠାତ୍ ରେଳଧାରଣାକୁ ଖସି ପଡ଼ିଥିଲେ।

ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଶୁଭାରମ୍ଭ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିନଥିଲା।

ଅଧିକ ପଢନ୍ତୁ

Odisha Darpan Digital