ବାଂଲାଦେଶରୁ ଭୁବନେଶ୍ୱରକୁ କେମିତି ଆସୁଛନ୍ତି ବାଂଲାଦେଶୀ ?

ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀଙ୍କ ସଂଖ୍ୟା ସମ୍ପର୍କରେ ସରକାରୀ ତଥ୍ୟ ଚିନ୍ତାଜନକ ବୋଲି ଜଣାପଡିଛି।ବାଂଲାଦେଶରୁ ଭୁବନେଶ୍ୱରକୁ କେମିତି ଆସୁଛନ୍ତି ବାଂଲାଦେଶୀ ? ଢାକାରୁ କୋଲକାତା ଆସିବା ପରେ କେଉଁ ଗଳାବାଟ ଦେଇ ଓଡ଼ିଶାକୁ ଆସୁଛନ୍ତି ? ବାଲେଶ୍ୱର ଜିଲ୍ଲାରେ ପ୍ରବେଶ କରିବା ପରେ କେଉଁ ରାସ୍ତା ଦେଇ ଭୁବନେଶ୍ୱରରେ ପହଞ୍ଚୁଛନ୍ତି ? କେବଳ ଏହି ୧୦ ଜଣ ନା ଆଉ କିଛି ଏବେ ବି ଲୁଚି ରହିଛନ୍ତି ? ଏସବୁର ଖୋଳତାଡ ପାଇଁ ଏବେ ଆକ୍ସ ମୋଡରେ ଏସଟିଏଫ ଟିମ୍ ।ରାଜ୍ୟ ବିଧାନସଭାରେ ସୋମବାର ଦିନ ଉପସ୍ଥାପିତ ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ସାରା ରାଜ୍ୟରେ ମୋଟ ୩୭୩୮ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ଏହି ବାଂଲାଦେଶୀମାନଙ୍କୁ ଦେଶାନ୍ତର କରିବା ବିଚାରାଧୀନ ଅଛି।

ଅଧିକ ପଢନ୍ତୁ

Odisha Darpan Digital