ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି। ତେବେ ଯମୁନା ରାଜ୍ୟ ଭିତରେ ଥିବାରୁ ବନ ବିଭାଗକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବାଘୁଣୀ ନଭେମ୍ବର ୧୪ରେ ଆସିଥିବା ଜିନ୍ନତ ଡିସେମ୍ବର ୮ରେ ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡ ରାଜ୍ୟର ଚିଆବାନ୍ଧି, ମଚାପଢ଼ିଆ ଓ ରାଜାବସା ଜଙ୍ଗଲରେ ଅବସ୍ଥାନ କରୁଛି। ଶିମିଳିପାଳକୁ ଫେରିବା ନେଇ ତା’ର ଗତିବିଧି ଉପରେ ଉଭୟ ରାଜ୍ୟର ବନ ଅଧିକାରୀ ଓ କର୍ମଚାରୀମାନେ ୨୪ ଘଣ୍ଟିଆ ନଜର ରଖିଛନ୍ତି।
ତେବେ ଶିମିଳିପାଳ ଅଭୟାରଣ୍ୟରୁ ୪୦ କି.ମି. ଦୂରକୁ ଯାଇଥିବା ଜିନ୍ନତ ପଛରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ତାଲିମ୍ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ତିନୋଟି ଟିମ୍ ସହ ମୋଟ ୧୫ କର୍ମଚାରୀ ରହିଛନ୍ତି। ପାହାଡ଼ିଆ ଶିମିଳିପାଳ ଜଙ୍ଗଲରେ ଶିକାର କରିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ଶିମିଳିପାଳର ବନ୍ୟଜନ୍ତୁଙ୍କୁ ଶିକାର କରିବା କୌଶଳ ସେମାନଙ୍କୁ ଜଣା ନ ଥିବା କାରଣରୁ ଦୁଇ ବାଘୁଣୀ ଅନ୍ୟ ଜଙ୍ଗଲକୁ ପଳାଇ ଯାଇଥିବା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ କହିଛନ୍ତି।