ବାତ୍ୟା ମୋନ୍ଥା: ୨୮ ତାରିଖ ସଂଧ୍ଯାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ କରିବ

ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ।  କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ । ସୁଚନା ମୁତାବକ ବାତ୍ୟା ମୋନ୍ଥା ଗୋପାଳପୁରର ଠାରୁ ୮୫୦ କିଲୋମିଟର ଏବଂ କାକିନଡ଼ା ଠାରୁ ୬୮୦ କିଲୋମିଟର ଦୂରରେ ରହିଛି ।  ଘଣ୍ଟା ପ୍ରତି ୧୬ କିଲେମାଟର ବୋଗରେ ଆଗକୁ ବଢ଼ୁଛି। ଆସନ୍ତା ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଉତ୍ତରପୂର୍ବ ଦିଗ ଏବଂ ତା ପରେ ଉତ୍ତର-ଉତ୍ତରପଶମ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନ ବା ଭୀଷଣ ବାତ୍ୟାରେ ପରିଣତ ହେବ ।

୨୮ ତାରିଖ ସକାଳେ ସିଭିୟର ସାଇକ୍ଲୋନରେ ପରିଣତ ହେବ । ୨୮ ତାରିଖ ସଂଧ୍ଯାରୁ ରାତି ମଧ୍ୟରେ ଲ୍ଯାଣ୍ଡଫଲ କରିବ ମୋନ୍ଥା ।  ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗ ପଟ୍ଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ।  ସ୍ଥଳଭାଗ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଶହେ କିମି ରହିବ । ଝଟକା ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ବଢିପାରେ। ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ଅଧିକ ପଢନ୍ତୁ

Odisha Darpan Digital