ଖୋଲିଲା କାଉଣ୍ଟର। ଅଫ୍ଲାଇନ୍ ବିକ୍ରି ପାଇଁ ଆରମ୍ଭ ହେଲେ ଟିକେଟ୍ ବିକ୍ରି। ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ।ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ କାଉଣ୍ଟର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟିକେଟ କଳା ବଜାରୀ ଉପରେ ରହିଛି କଡ଼ା ନଜର ।
ସାଦା ପୋଷାକରେ ମୁତୟନ ଅଛନ୍ତି ପୋଲିସ ।ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍ କାଉଣ୍ଟର କରାଯାଇଛି। ଦର୍ଶକମାନେ କିପରି ସହଜରେ ଟିକେଟ୍ କିଣିବେ, ସେଥିପାଇଁ ସ୍ପେସାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ପାଇଁ ଘୋଡ଼ା ଗେଟ୍ କାଉଣ୍ଟର ଖୋଲିବ। ସେହିଭଳି କିଲ୍ଖାନା ଲେନ୍ରେ ଅନ୍ୟ ସମସ୍ତ ଗ୍ୟାଲେରି ଟିକେଟକୁ ବିକ୍ରି କରାଯିବ। ପ୍ରଥମ ଥର ପାଇଁ ମହିଳା ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି।ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ବକ୍ସରେ ଦୁଇଟି କାଉଣ୍ଟର ରହିଛି । ଦୁଇଟି ପ୍ରବେଶ ଏବଂ ଦୁଇଟି ପ୍ରସ୍ଥାନ ଧାଡ଼ି ସହ ବ୍ୟାରିକେଡିଂ ବ୍ୟବସ୍ଥା ରହିଛି ।