ବାହାଘର ବାଣ ଶବ୍ଦରେ ବରଯାତ୍ରୀଙ୍କୁ ଆକ୍ରମଣ କଲେ ମହୁମାଛି।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜୁନାନି ଗାଁରେ ଅଭାବନୀୟ। ମହୁମାଛି ଆକ୍ରମଣରେ ୪ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରସେସନ ଚାଲିଥିଲା। ଡିଜେ ଗୀତର ତାଳେତାଳେ ଧୁମ ନାଚୁଥିଲେ ବରଯାତ୍ରୀ। ସମସ୍ତଙ୍କ ପାଦ ଉଠୁଥିଲା ପଡୁଥିଲା। ଆଉ ବାଣ ମଧ୍ୟ ଫୁଟୁଥୁଲା। ହେଲେ କିଏ ଜାଣିଥିଲା ଏହି ବାଣର ଶବ୍ଦରେ ଏପରି ଆକ୍ରମଣାତ୍ମକ ହୋଇ ପଡିବେ ମହୁମାଛି। ତେବେ ବାଣ ଫୁଟାଇବା ଯୋଗୁ ନିକଟରେ ଥିବା ବରଗଛରେ ବସା ବାନ୍ଧି ଥିବା ମହୁମାଛି ମାନେ ହଠାତ ବରଯାତ୍ରୀ ଦଳ ଉପରେ ଆକ୍ରମଣ କରିଥିଲେ lପ୍ରାୟ ୨୦ ଜଣ ବରଯାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଥିବାବେଳେ ସେଥିମଧ୍ୟରୁ ୪ଜଣ ବରଯାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ସୋନପୁର ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା।

ଅଧିକ ପଢନ୍ତୁ

kc ads