ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ ଆକ୍ସନ ।

ବାଣୀବିହାର ଛକରେ ବିକଟାଳ ହର୍ଣ୍ଣ ଟ୍ରାଫିକ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ବସ୍‌ରେ ଲାଗିଥିବା ପ୍ରେସର ହର୍ଣ୍ଣ କାଢିଛି। ଏଥିସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣର ମଧ୍ୟ ଯାଞ୍ଚ କରୁଛି ଟ୍ରାଫିକ୍ ପୋଲିସ। ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।ଛକ ଛକରେ ଜଗଛି ପୋଲିସ୍ । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ତେଣୁ ରୁହନ୍ତୁ ସର୍ତକ ରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ , ଏଥିପାଇଁ କମିଶନରେଟ୍ ପୁଲିସ ସ୍ପେଶାଲ ଡ୍ରାଇଭ୍ ଚଳାଇଛି ।

ସୂଚନାଯୋଗ୍ୟ ଯେ, କଟକରେ ବୁଧବାର ଦିନ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍‌ ପୋଲିସ । ଏହି ଚଢାଉରେ ୧୨୦ରୁ ଅଧିକ ବସ୍‌ ଅଟକାଇ ଯାଞ୍ଚ୍‌ କରାଯାଇଥିଲା । ଯାହାମଧ୍ୟରେ ୮୫ଟି ବସ୍‍ରେ ପୁଲିସ୍‌ ମଲ୍‌ଟି ଟୋନ୍‍ ହର୍ଣ୍ଣ ଲାଗିଥିବାର କର୍ମଚାରୀମାନେ ଜାଣିବାକୁ ପାଇଥିଲା। ଉକ୍ତ ୮୫ଟି ଯାକ ଗାଡ଼ିରୁ ପୁଲିସ୍‌ ମଲଟି ହର୍ଣ୍ଣ ଖୋଲି ଥିବାର ସୂଚନା ମିଳିଛି। ମୋଟର ଯାନ ଆଇନ୍‌ ଉଲ୍ଲଂଘନ କରିଥିବା ବସ୍‌ଗୁଡ଼ିକରୁ ୫ ଶହ ଟଙ୍କା ଲେଖାଏଁ ପୁଲିସ୍‌ ଜରିମାନା ଆଦାୟ ବି ହୋଇଛି।

ଅଧିକ ପଢନ୍ତୁ