ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ- ଅରୁଣ ସାହୁ

କଂଗ୍ରେସର ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି।ଏହାରି ଭିତରେ ଭାଜପା ସରକାରଙ୍କ ଉପରେ ଗର୍ଜିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ସେ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । ଇସ୍ରାଏଲ, ପାଲେଷ୍ଟାଇନ, ଋଷିଆ-ଯୁକ୍ରେନ ଯୁଦ୍ଧ ଭଳି ଗତକାଲି ରାତିରେ ବିଧାନସଭା ଆଗରୁ ଲାଇଭ ଟେଲିକାଷ୍ଟ ଦେଖିଲୁ । ପ୍ରଥମରୁ ଅଭାବନୀୟ ପରିସ୍ଥିତି ଦେଖାଦେଲା । କଂଗ୍ରେସ ଏକ ଛୋଟ ଦାବି ରଖିଲା ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ । ବିବୃତି ରଖିଦେଲେ ବେଦ ଅଶୁଦ୍ଧ ହୋଇନଥାନ୍ତା । ଗୃହ କମିଟି ଗଠନ କରିବାକୁ ସରକାର ସହମତ ହେଲେନି ।ଏହି ସରକାର ପୁରା ଅଗଣତାନ୍ତ୍ରିକ, ପୁରା ଏକଛତ୍ରବାଦୀ। ଏମାନେ ଆଇନ କାନୁନ୍‌ ଧୂଳିସାତ୍‌ କରିଛନ୍ତି। ବିଧାନସଭା ଭିତରେ ପୋଲିସ ପୁରେଇକି କାଲି କଂଗ୍ରେସ ବିଧାୟକ ଓ ଆଜି ବିଜେଡି ବିଧାୟକଙ୍କ ପ୍ରତି ଅତ୍ୟାଚାର କରିଛନ୍ତି।

ଅଧିକ ପଢନ୍ତୁ

kc ads