ଭସାଣି ପାଇଁ ଭୁବନେଶ୍ୱରରେ ଦିନ ୩ଟାରୁ ଟ୍ରାଫିକ କଟକଣା |

ସରିଲା ଦୁର୍ଗାପୂଜା। ଆଜି ମେଲାଣି ନେବେ ଜଗତଜନନୀ ମା ଦୁର୍ଗା। ଭସାଣୀ ପାଇଁ ଭୁବନେଶ୍ୱର ଲାଗି ଜାରି ହେଲା କଟକଣା। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏଁ କଟକଣା ବଳବତ୍ତର ରହିବ। ମେଢ ଗୁଡ଼ିକ ଯିବାକୁ ଥିବା ମୁଖ୍ୟ ରାସ୍ତା ପାଇଁ ଟ୍ରାଫିକ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ସହିଦ ନଗର ଭସାଣ ବେଳେ କୌଣସି ଯାନବାହନ ଭୁବନେଶ୍ୱର ବାଣୀବିହାର ପଟୁ ରୂପାଲି ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ନୟାପଲ୍ଲୀ ଭସାଣି ବେଳେ ସିଆରପି ପଟୁ ଗାଡ଼ି କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନ ଗୁଡ଼ିକ ଏକାମ୍ର ପାର୍କ,ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଯାଇପାରିବେ। ସେହିଭଳି କଟକରେ କମିସନରେଟ ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭସାଣୀ ଉପଲକ୍ଷେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ପୋଲିସ ଏବଂ ପୋଲିସ କମିସନରେଟ ପୋଲିସ ସକାଳ ୭ଟାରୁ ୧୫ ତାରିଖ ଦୁର୍ଗାପୂଜା ଭସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ମେଢ଼ ଗୁଡ଼ିକ ମୁଖ୍ୟ ରାସ୍ତାରେ ସୂଚାର ରୂପେ ଯିବା ପାଇଁ କଲେଜନ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀ ବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଉଁଳିଆପାଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହନ ଯାଇପାରିବେନାହିଁ।

ଅଧିକ ପଢନ୍ତୁ

Odisha Darpan Digital