ଭାରତ-ପାକିସ୍ତାନ ଯୁଦ୍ଧ ଭୟ ! ଓଡ଼ିଶା କିଣିବ ୧୦୦ଟି ନୂଆ ସାଇରନ୍‌

ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ଓ ପରେ ଭାରତ ପକ୍ଷରୁ ଅପରେସନ୍‌ ‘ସିନ୍ଦୂର’ ପରେ ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢ଼ିଛି। ଯୁଦ୍ଧ ଭୟ ଭିତରେ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ପତ୍ର ଲେଖି ବେସାମରିକ ପ୍ରତିରକ୍ଷା (ସିଭିଲ୍‌ ଡିଫେନ୍‌ସ) ନିୟମ-୧୯୬୮ ଲାଗୁ କରିଛନ୍ତି। ଏଥିରେ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଜରୁରି କ୍ଷମତାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୧୦୦ଟି ନୂଆ ସାଇରନ୍ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ସାଇରନ୍‌ ଜିଲ୍ଲାମାନଙ୍କୁ ବଣ୍ଟାଯିବ। ଏହାସହ ଭୁବନେଶ୍ବରର ବରମୁଣ୍ଡାସ୍ଥିତ ସିଭିଲ୍‌ ଡିଫେନ୍‌ସ ମୁଖ୍ୟାଳୟରେ ଏକ ହଟ୍‌ଲାଇନ୍‌ ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ରାଜ୍ୟରେ ଏ‌‌ବେ ୧୨ଟି ସ୍ଥାନରେ ସାଇରନ୍‌ ବ୍ୟବସ୍ଥା ରହିଛି। ତେବେ ଏସବୁ ବହୁ ପୁରୁଣା ହୋଇଥିବା କାରଣରୁ ମକ୍‌ଡ୍ରିଲ୍‌ ସମୟରେ ଲୋକମାନେ ଏହାକୁ ଠିକ୍‌ରେ ଶୁଣିପାରି ନ ନଥିଲେ । ମାତ୍ର ନୂଆ ସାଇରନ୍ ଅତି କମ୍‌ରେ ୪ କି.ମି. ପର୍ଯ୍ୟନ୍ତ ଶୁଣିବାକୁ ମିଳିବ। ଏହା ସହ ଆହୁରି ୯ଟି ଜିଲ୍ଲାରେ ସ୍ଥାୟୀ ଭାବେ ଏହି ସାଇରନ୍ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ରହିଛି। ସେହିପରି ରାଜ୍ୟର ସିଭିଲ୍ ଡିଫେନ୍‌ସ ମୁଖ୍ୟାଳୟରେ ହଟ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହେବା ପରେ ପଶ୍ଚିମବଙ୍ଗର ସୁଲିଆସ୍ଥିତ ଏୟାରଫୋର୍ସ ଷ୍ଟେସନ୍ ସହ ଯୋଗାଯୋଗ କରାଯିବ। ସେଠାରୁ ପ୍ରତି ଅଧ ଘଣ୍ଟାରେ ଥରେ ବିଭିନ୍ନ ସୂଚନା ଦିଆଯାଇଥାଏ। ଏହି ସୂଚନାକୁ ଆଧାର କରି ଜିଲ୍ଲାମାନଙ୍କୁ ଜଣାଇ ଦିଆଯିବ।

ଅଧିକ ପଢନ୍ତୁ

kc ads