ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍ ସେଫ୍ଟି ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଲାଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ପାଖରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି। ଗତ ଜୁଲାଇ ୩୦ ତାରିଖରେ ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀନିବାସ ମଜୁମଦାର କେନ୍ଦ୍ରାପଡ଼ା-କଟକ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଜଣେ ବ୍ୟବସାୟୀଙ୍କ ଦୋକାନରେ ଅଚାନକ ଚଢାଉ କରିଥିଲେ । ଦୋକାନ ପାଇଁ ଲାଇସେନ୍ସ ଆବେଦନ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୋକାନୀ ଜଣକ ଗତ ଅଗଷ୍ଟ ୮ ତାରିଖରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ଲାଇସେନ୍ସ ପ୍ରଦାନ କରାଯାଇ ନ ଥିଲା । ତେଣୁ ସେ ଖାଦ୍ୟ ସୁରକ୍ଷା ଅଧିକାରୀ ମଜୁମଦାରଙ୍କୁ ଭେଟି ତାଙ୍କ ଲାଇସେନ୍ସ ପ୍ରକ୍ରିୟାକରଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସଞ୍ଜୟ ଫୁଡ୍ ସେଫ୍ଟି ଅଫିସରଙ୍କୁ ପ୍ରଥମେ ୪୦ ହଜାର ଟଙ୍କା ଦେଇଥିଲେ। ଆଉ ୫ ହଜାର ଟଙ୍କା ବାକି ଥିଲା। ଆଜି ସେହି ଅବଶିଷ୍ଟ ଟଙ୍କା ନେବାକୁ କହିଥିଲେ ବିଭାଷ।ଘଟଣାସଂପର୍କରେ ସଞ୍ଜୟ ଭିଜିଲାନ୍ସକୁ ପୂର୍ବରୁ ଅବଗତ କରାଇଥିଲେ। ଜାତୀୟ ରାଜପଥ ତିନିମୁହାଣି ଛକରେ ଫୁଡ୍ ସେଫ୍ଟି ଅଫିସର ଆଜି ଲାଞ୍ଚ ନେବାବେଳେ ସେହି ସ୍ଥାନରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ।