ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ

ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍‌ ଚାଲିଛି। ଧରଣୀଧରଙ୍କ ୪ଟି ଠିକଣାରେ ଛାନଭିନ୍ ଚଳାଇଛି। ତାଳଚେରରେ ଥିବା ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର ପଣ୍ଡାପଡାରେ ଥିବା ଶ୍ଵଶୁର ଘରେ ଭିଜିଲାନ୍ସ ଟିମ୍ ଖୋଳତାଡ କରୁଛନ୍ତି।

ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା।

ଅଧିକ ପଢନ୍ତୁ

Odisha Darpan Digital